ରାଜ୍ୟରେ ଆଉ ୨୭୬ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୭୬ କୋରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ସଙ୍ଗରୋଧରୁ ୧୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୫୫ ଜଣ ୧୮ ବର୍ଷରୁ କମ ବୟସ୍କ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୮ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୭, ବାଲେଶ୍ୱରରୁ ୧୫, ଢେଙ୍କାନାଳରୁ ୧୦, ଯାଜପୁରରୁ ୧୦, ଗଜପତିରୁ ୮, ସମ୍ବଲପୁରରୁ ୭, ପୁରୀରୁ ୬, କେନ୍ଦ୍ରାପଡାରୁ ୬, ଜଗତସିଂହପୁରରୁ ୫, ସୁନ୍ଦରଗଡରୁ ୫, ବଲାଙ୍ଗିରରୁ ୪, ନୂଆପଡାରୁ ୪, ଭଦ୍ରକରୁ ୩, କଳାହାଣ୍ଡିରୁ ୨,ମୟୂରଭଞ୍ଜରୁ ୨, ନୟାଗଡରୁ ୨, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ୍ ପୁଲ୍‌ରୁ ୩୧ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ କୋରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୭୪୫ରେ ପହଂଚିଛି । ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୨ ହଜାର ୧୯୭ । ୩ ହଜାର ୧୩୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.