ରାଜ୍ୟରେ ଆଉ ୧୮୯ କୋରୋନା ପଜିିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୩ ଓ ସ୍ଥାନୀୟ ଅଞ୍ଚଳରୁ ୭୬ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ସଂଖ୍ୟା ୨୫ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ୮୩, ଯାଜପୁରରୁ ୧୪, ମୟୂରଭଞ୍ଜରୁ ୧୩, ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୧୨, କଟକରୁ ୯, ବାଲେଶ୍ୱରରୁ ୩, ଢେଙ୍କାନାଳରୁ ୩, ଗଞ୍ଜାମରୁ ୩, କେନ୍ଦ୍ରାପଡାରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଗଜପତିରୁ ୨, ଝାରସୁଗୁଡାରୁ ୨, ପୁରୀରୁ ୨, ଜଗତସିଂହପୁରରୁ ୨, ସୋନପୁରରୁ ୧, ବରଗଡରୁ ୧, ଭଦ୍ରକରୁ ୧, ବରଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୧୯ ।
ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୦ ହଜାର ୨୪୯ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୯ ହଜାର ୪୬୧ । ୨ ହଜାର ୩୧୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.