ରାଜ୍ୟରେ ଆଉ ୧୬୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୬୦ ଆକ୍ରାନ୍ତ । ସଙ୍ଗରୋଧରୁ ୯୪ ଓ ସ୍ଥାନୀୟ ଅଂଚଳରୁ ୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨୦ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬, ସୁନ୍ଦରଗଡରୁ ୧୦, କଟକରୁ ୭, ଯାଜପୁରରୁ ୫, ମୟୂରଭଞ୍ଜରୁ ୫, ଗଜପତିରୁ ୪, ବରଗଡରୁ ୨, ଭଦ୍ରକରୁ ୨, ଗଞ୍ଜାମରୁ ୨, କେନ୍ଦ୍ରାପଡାରୁ ୨, ଅନୁଗୁଳରୁ ୧, ବାଲେଶ୍ୱରରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଜଗତସିଂହପୁରରୁ ୧, ଝାରସୁଗୁଡାରୁ ୧, ନୟାଗଡରୁ ୧, ପୁରୀରୁ ୧, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୨୧ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୫୧ ହଜାର ୫୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୧ ହଜାର ୧୩୨ ଆକ୍ରାନ୍ତ । ୧ ହଜାର ୯୫୫ ରୋଗୀ ଏବେ ବି ଚିହ୍ନଟ ହୋଇଛନ୍ତି ।

Comments are closed.