କରୋନା ଅପଡେଟ୍: ଦିନକରେ ୭,୭୭୪ ନୂଆ ମାମଲା, ୩୦୬ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ-୧୯ ର ୭,୭୭୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୪୬,୯୦,୫୧୦ କୁ ବୃଦ୍ଧି ପାଇଛି ଏବଂ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଏହି ସଂଖ୍ୟା ୯୨,୨୮୧ କୁ ଖସି ଆସିଛି ଯାହା ୫୬୦ ଦିନ ପରେ ସର୍ବନିମ୍ନ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ରବିବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦିନକରେ କରୋନା ଯୋଗୁଁ ୩୦୬ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୪,୭୫,୪୩୪ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସମୁଦାୟ ୩,୪୧,୨୨,୭୯୫ ଲୋକ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୩୭ ପ୍ରତିଶତ ରହିଛି। ଦେଶବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୩୨.୯୩ କୋଟିରୁ ଅଧିକ ଡୋଜ୍ ଦିଆଯାଇଛି ।

Comments are closed.