ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସବୁ କୋଭିଡ ହସପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର- ପଡୋଶୀ ରାଜ୍ୟଗୁଡିକରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ଓଡିଶା ପାଇଁ ଚିନ୍ତାର ବିଷୟ । ହେଲେ ଏ ଯାଏଁ ରାଜ୍ୟରେ କେହି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ତେବେ, ଆଗକୁ ସତର୍କ ରହିବାକୁ ରାଜ୍ୟ ସରକାର ସୀମାନ୍ତ ଜିଲ୍ଲାଗୁଡିକୁ କହିଛନ୍ତି । ଏଣେ ଡିଏମଇଟି ପ୍ରଫେସର ରମାରମଣ ମହାନ୍ତି କହିଛନ୍ତି ଯେ, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସବୁ କୋଭିଡ ହସପିଟାଲକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସହଭାଗିତାରେ ଚାଲିଥିବା ଘରୋଇ କୋଭିଡ ହସପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ଡିଏମଇଟି ସୂଚନା ଦେଇଛନ୍ତି । କୋଭିଡ-୧୯ ସଂକ୍ରମଣ ବଢିଲେ ତୁରନ୍ତ କାର୍ଯ୍ୟକ୍ଷମ ହେବ କୋଭିଡ ହସପିଟାଲ୍ । ହସପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତରେ ଏ ଯାଏଁ ୧୧ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

Comments are closed.