ରାଜ୍ୟରେ ଆଉ ୧୪୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪୧ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୮୪ ଓ ସ୍ଥାନୀୟ ଅଂଚଳରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୯ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮, କଟକରୁ ୧୨, କେନ୍ଦ୍ରାପଡାରୁ ୧୦, ଦେବଗଡରୁ ୯, ସୁନ୍ଦରଗଡରୁ ୮, ଜଗତସିଂହପୁରରୁ ୪, ଯାଜପୁରରୁ ୪, ସମ୍ବଲପୁରରୁ ୪, ଢେଙ୍କାନାଳରୁ ୩, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩, ନୂଆପଡାରୁ ୩, ଅନୁଗୁଳରୁ ୨, ଝାରସୁଗୁଡାରୁ ୨, ବାଲେଶ୍ୱରରୁ ୧, ବଲାଙ୍ଗିରରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧, ପୁରୀରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟ୍ ପୁଲ୍‌ରୁ ଚିହ୍ନଟ ହୋଇଛନ୍ତି ୧୧ ଆକ୍ରାନ୍ତ ।
ରାଜ୍ୟରେ କୋରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୫୩ ହଜାର ୬୪୫କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୩ ହଜାର ୩୯୧ । ସକ୍ରିୟ ମାମଲା ରହିଛି ୧ ହଜାର ୭୫୧ ।

Comments are closed.