ରାଜ୍ୟରେ କୋରୋନାର ଉପରମୁହାଁ ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୨୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୮ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୨୫୦ ଡେଇଁଛି । ସଙ୍ଗରୋଧରୁ ୧୭୬ ଓ ସ୍ଥାନୀୟ ଅଂଚଳରୁ ୧୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୩ ଜଣ ଅଛନ୍ତି ।

  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୯, କଟକରୁ ୩୫, ସୁନ୍ଦରଗଡରୁ ୨୩, ସମ୍ବଲପୁରରୁ ୧୩, ପୁରୀରୁ ୧୧, ଜଗତସିଂହପୁରରୁ ୯, ଝାରସୁଗୁଡାରୁ ୮, କେନ୍ଦୁଝରରୁ ୮, ବାଲେଶ୍ୱରରୁ ୮,ଯାଜପୁରରୁ ୭, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡାରୁ ୫, ବରଗଡରୁ ୪, ନୟାଗଡରୁ ୩, ଭଦ୍ରକରୁ ୨, ଗଞ୍ଜାମରୁ ୨, ରାୟଗଡାରୁ ୨, ସୋନପୁରରୁ ୨, ବଲାଙ୍ଗିରରୁ ୧, ନବରଙ୍ଗପୁରରୁ ୧, ଦେବଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୨୮ଟି ମାମଲା ରିପୋର୍ଟ ହୋଇଛି ।

  ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୫୫ ହଜାର ୧୩୨ ଜଣ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୪ ହଜାର ୮୦୩ । ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୧ ହଜାର ୮୧୪ ।

Comments are closed.