ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ୪ ଶହରୁ ଉପରେ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ୪ ଶହ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୨୪ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୪୭ ଜଣ ଶିଶୁ କିଶୋର ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୫୧ ଆକ୍ରାନ୍ତ । କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୬ ଆକ୍ରାନ୍ତ । ବାଲେଶ୍ୱର ଜିଲ୍ଲାରୁ ୨୯, ସୁନ୍ଦରଗଡ ଜିଲ୍ଲାରୁ ୨୭, ସମ୍ବଲପୁରରୁ ୨୨, ଝାରସୁଗୁଡାରୁ ୧୪, ପୁରୀରୁ ୧୨, ଜଗତସିଂହପୁରରୁ ୮, ସୋନପୁରରୁ ୭,ବଲାଙ୍ଗୀରରୁ ୬, ଢେଙ୍କାନାଳରୁ ୬, ଯାଜପୁରରୁ ୬, ନବରଙ୍ଗପୁରରୁ ୫, ନୟାଗଡରୁ ୫, ବରଗଡରୁ ୫, ମୟୂରଭଞ୍ଜରୁ ୪, ଦେବଗଡରୁ ୪, ଗଞ୍ଜାମରୁ ୩, କୋରାପୁଟରୁ ୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୨, ମାଲକାନଗିରିରୁ ୨, ରାୟଗଡାରୁ ୨, ଭଦ୍ରକରୁ ୧, କେନ୍ଦୁଝରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ କୋରୋନାରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ୯୮୦କୁ ବୃଦ୍ଧି ପାଉଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୧୦୯ । ସକ୍ରିୟ ମାମଲା ସଂଖ୍ୟା ରହିଛି ୨ ହଜାର ୩୫୫ ।

Comments are closed.