ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟଣୀ ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ। ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ ଦେହିନମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଇନ୍ଦ୍ରିୟଣୀ ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ।
ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ ଦେହିନମ।।

ହେ ଅର୍ଜ୍ଜୁନ ! ଇନ୍ଦ୍ରିୟଗଣ, ମନ ଓ ବୁଦ୍ଧି- ଏ ସବୁକୁ କାମର ବାସସ୍ଥାନ ବୋଲି କୁହାଯାଏ। ଏହି କାମ ଏମାନଙ୍କ ଦ୍ଵାରା ଅର୍ଥାତ ମନ ବୁଦ୍ଧି ଓ ଇନ୍ଦ୍ରିୟଗଣଙ୍କ ଦ୍ଵାରା ହିଁ ଜ୍ଞାନକୁ ଆଚ୍ଛାଦିତ କରି ଜୀବାତ୍ମାକୁ ବିମୋହିତ କରେ।

( ଗୀତା ୩ୟ ଅ। ୪୦ଶ ଶ୍ଲୋକ )

Comments are closed.