ମହାଭାରତର କେତେକ ରୋଚକ ତଥ୍ୟ

ମହାଭାରତର କେତେକ ରୋଚକ ତଥ୍ୟ

ପାଣ୍ଡୁ ଓ ଧୃତରାଷ୍ଟ୍ର ଦୁଇ ଭ୍ରାତା ଥିଲେ ।ପାଣ୍ଡଵମାନେ ପାଞ୍ଚ ଭାଇଥିଲେ ଯାହାଙ୍କ ନାମ –

୧.ଯୁଧିଷ୍ଠିର ୨.ଭୀମ ୩.ଅର୍ଜୁନ ୪.ନକୁଳ ୫.ସହଦେଵ

ଏଠି ଧ୍ୟାନ ରହେ ଯେ …. ପାଣ୍ଡୁଙ୍କ ଉପରୋକ୍ତ ପାଞ୍ଚ ପୁତ୍ର ମଧ୍ୟରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ମାତା କୁନ୍ତୀଙ୍କ ପୁତ୍ର ଥିଲେ । ନକୁଳ ଓ ସହଦେଵ ମାତା ମାଦ୍ରୀଙ୍କ ପୁତ୍ର ଥିଲେ ।

ଏହି ପାଞ୍ଚ ଜଣଙ୍କ ଛଡା, ମହବଳୀ କର୍ଣ୍ଣ ମଧ୍ୟ କୁନ୍ତୀଙ୍କ ପୁତ୍ର ଥିଲେ, କିନ୍ତୁ ତାଙ୍କୁ ପାଣ୍ଡବମାନଙ୍କ ଭିତରେ ଗଣା ଯାଏନାହିଁ ।

ଅନ୍ୟପକ୍ଷରେ କୌରବରେ,
ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ଶତ ପୁତ୍ର ଥିଲେ । ଯାହାଙ୍କ ନାମ :-

୧.ଦୁର୍ଯ୍ୟୋଧନ ୨.ଦୁଃଶାସନ ୩.ଦୁଃସହ ୪.ଦୁଃଶଳ ୫.ଜଳସନ୍ଧ ୬.ସମ ୭.ସହ ୮.ବିନ୍ଦ ୯.ଅନୁବିନ୍ଦ ୧୦.ଦୁର୍ଦ୍ଧର୍ଷ ୧୧.ସୁବାହୁ ୧୨.ଦୁଷପ୍ରଦର୍ଶନ ୧୩.ଦୁର୍ମର୍ଷଣ ୧୪.ଦୁର୍ମୁଖ ୧୫.ଦୁଷ୍କର୍ଣ ୧୬.ବିକର୍ଣ୍ଣ ୧୭.ଶଳ ୧୮.ସତ୍ୱାନ ୧୯.ସୁଲୋଚନ ୨୦.ଚିତ୍ର ୨୧.ଉପଚିତ୍ର ୨୨.ଚିତ୍ରାକ୍ଷ ୨୩.ଚାରୁଚିତ୍ର ୨୪.ଶରାସନ ୨୫.ଦୁର୍ମଦା ୨୬.ଦୁର୍ବିଗାହ ୨୭.ବିବିତ୍ସୁ ୨୮.ବିକଟାନନ୍ଦ ୨୯.ଉର୍ଣ୍ଣନାଭ ୩୦.ସୁନାଭ ୩୧.ନନ୍ଦ ୩୨.ଉପନନ୍ଦ ୩୩.ଚିତ୍ରବାଣ ୩୪.ଚିତ୍ରବର୍ମା ୩୫.ସୁବର୍ମା ୩୬.ଦୁର୍ବିମୋଚନ ୩୭.ଅୟୋବାହୁ ୩୮.ମହାବାହୁ ୩୯.ଚିତ୍ରାଙ୍ଗ ୪୦.ଚିତ୍ରକୁଣ୍ଡଳ ୪୧.ଭୀମବେଗ ୪୨.ଭୀମବଳ ୪୩.ବାଲାକୀ ୪୪.ବଳବର୍ଦ୍ଧନ ୪୫.ଉଗ୍ରାଯୁଦ୍ଧ ୪୬.ସୁଷେର୍ଣ ୪୭.କୁଣ୍ଡଧର ୪୮.ମହଦୋର ୪୯.ଚିତ୍ରାଯୁଦ୍ଧ ୫୦.ନିସଙ୍ଗୀ ୫୧.ପାସି ୫୨.ବୃନ୍ଦାରକ ୫୩.ଦୃଢ଼ବର୍ମା ୫୪.ଦୃଢ଼କ୍ଷେତ୍ର ୫୫.ସୋମକୀର୍ତ୍ତି ୫୬.ଅନୁଦର ୫୭.ଦଢସଂଘ ୫୮.ଜରାସଂଘ ୫୯.ସତ୍ୟସଂଘ ୬୦.ସଦସୁବାକ ୬୧.ଉଗ୍ରଶ୍ରବା ୬୨.ଉଗ୍ରସେନ ୬୩.ସେନାନୀ ୬୪.ଦୁଷ୍ପରାଜୟ ୬୫.ଅପରାଜିତ ୬୬.କୁଣ୍ଡସାୟୀ ୬୭.ବିଶାଲାକ୍ଷ ୬୮.ଦୁରାଧର ୬୯.ଦ୍ରୁଢହସ୍ତ ୭୦.ସୁହସ୍ତ ୭୧.ବାତବେଗ ୭୨.ସୁବର୍ଚ୍ଚ ୭୩.ଆଦିତ୍ୟକେତୁ ୭୪.ବହ୍ମାଶ୍ରୀ ୭୫.ନାଗଦତ୍ତ ୭୬.ଉଗ୍ରସାୟୀ ୭୭.କବଚି ୭୮.କ୍ରଥନ ୭୯.କୁଣ୍ଡି ୮୦.ଭୀମବିକ୍ର ୮୧.ଧନୁର୍ଦ୍ଧର ୮୨.ବିରବା ୮୩.ଅଳଲୁପ ୮୪.ଅଭୟ ୮୫.ଦୃଢ଼କର୍ମା ୮୬.ଦୃଢ଼ରଥାଶ୍ରୟ ୮୭.ଅନାଧୃଷ୍ୟ ୮୮.କୁଣ୍ଡଭେଦି ୮୯.ବିରବୀ ୯୦.ଚିତ୍ରକୁଣ୍ଡଳ ୯୧.ପ୍ରଧମ ୯୨.ଅମାପ୍ରମାଥି ୯୩.ଦୀର୍ଘରୋମା ୯୪.ସୁବିର୍ଯ୍ୟଵାନ ୯୫.ଦୀର୍ଘବାହୁ ୯୬.ସୁଜାତ ୯୭.କନକଧ୍ୱଜ ୯୮.କୁଣ୍ଡାଶୀ ୯୯.ବିରଜ ୧୦୦.ଯୁଜୁସ୍ତୁ ।

ଏହି ଶତଭ୍ରାତା ଛଡା କୌରବର ଗୋଟିଏ ଭଗ୍ନୀ ବି ଥିଲା, ଯାହାର ନାମ ଦୃଶଳା ଥିଲା ଏବଂ ତାହାର ବିବାହ ଜୟଦ୍ରଥ ସହିତ ହୋଇଥିଲା ।

Comments are closed.