ସମାଜସେବୀ ଶାନ୍ତି ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସମାଜସେବୀ ଶାନ୍ତି ଦେବୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅସହାୟ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ଶାନ୍ତିଦେବୀଙ୍କ ଜୀବନବ୍ୟାପୀ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମାଜସେବା କ୍ଷେତ୍ରରେ ଶାନ୍ତି ଦେବୀଙ୍କ ଅବଦାନ ଅତୁଳନୀୟ । ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

Comments are closed.