କୋଭିଡ ସ୍ଥିତି ନେଇ ମୁଖ୍ୟ ସଚିବଙ୍କ ସୂଚନା : ୧୦୦ରୁ ମାତ୍ର ୨ ଜଣ ହିଁ ହସପିଟାଲରେ ଭର୍ତ୍ତି ହେଉଛନ୍ତି, ଆଗାମୀ କିଛି ଦିନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହରରେ ଓମିକ୍ରନ ଅଧିକ ସଂକ୍ରମିତ କରୁଛି । ରାଜ୍ୟରେ ୧୦୦ଜଣରୁ ମାତ୍ର ୨ ଜଣ ହିଁ ହସପିଟାଲରେ ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନର କୋରୋନା ସ୍ଥିତି ପାଇଁ ଭୟଭୀତ ନ ହେବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବାକୁ ଲୋକଙ୍କୁ କହିଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା କିଛି ଦିନ ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Comments are closed.