ପ୍ରାର୍ଥିପତ୍ର ଦାଖଲ କଲେ କୋଟିଆର ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ

କୋରାପୁଟ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ କୋଟିଆର ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ ନାମାଙ୍କନ ଭରିଛନ୍ତି । ଆଜି ମମତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପଟାଙ୍ଗି ବିଧାୟକ ତଥା ସର୍ବଦଳୀୟ ନେତା ପ୍ରୀତମ ପାଢୀ ଓ କୋରାପୁଟ ବିଧାୟକ ରଘୁରାମ ପୋଡାଲା ମମତାଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କୋଟିଆରେ ମିଳିତ ପ୍ରାର୍ଥୀ ଦେବା ପାଇଁ ଗତକାଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା । କୋଟିଆକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ପ୍ରଦେଶକୁ କଡା ଜବାବ ଦେବା ପାଇଁ ଏଠାରେ ନିର୍ବାଚନ ପରିବର୍ତ୍ତେ ସହମତି ଭିତ୍ତତ୍ତେ ଲୋକ ପ୍ରତିନିଧି ମନୋନୀତ କରିବାକୁ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

Comments are closed.