ସୋନପୁର ଜିଲ୍ଲା ମହାନଦୀ ପୋଲରେ ବୋଲେରୋ –ଟ୍ରକ୍ ମୁହାଁମୁହିଁ ଧକ୍‌କା, ୫ ମୃତ, ୫ ଗୁରୁତର

ସୋନପୁର – ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍‌କା ହେବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବରଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଟ୍ରକ୍ ସହ ବୋଲେରୋର ଧକ୍କା ହୋଇଥିଲା । ବରଯାତ୍ରୀମାନେ ବିନିକା କଉଡିଆମୁଣ୍ଡାରୁ ଉଲୁଣ୍ଡା ବ୍ଲକ ନିମ୍ନା ଗାଁକୁ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଗ୍ୟାସ କଟରରେ କାଟି ମୃତାହତଙ୍କୁ ବାହାରକୁ କଢାଯାଇଥିଲା । ମୃତକମାନେ ହେଲେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ,ତ୍ରୟମ୍ବକ ମେହେର, ଅମିତ ବାଘ୍‌, ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ ।

Comments are closed.