କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩.୩୩ ଲକ୍ଷ ନୂଆ ମାମଲା, ୫୨୫ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଦେଶରେ କରୋନା ମାମଲା ଆଜି ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ଟି ନୂଆ ମାମଲା ରିପୋର୍ଟ ହୋଇଛି ଏବଂ ୫୨୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୭.୭୮ ପ୍ରତିଶତ ରହିଛି । ବଡ କଥା ହେଉଛି ଗତକାଲି ତୁଳନାରେ ଦେଶରେ ୪ ହଜାର ୧୭୧ କମ୍ ମାମଲା ଆସିଛି । ଗତକାଲି ୩ ଲକ୍ଷ ୩୭ ହଜାର ୭୦୪ ଟି ମାମଲା ରିପୋର୍ଟ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୧ ଲକ୍ଷ ୮୭ ହଜାର ୨୦୫ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୪୦୯ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ ୫୯ ହଜାର ୧୬୮ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୬୫ ଲକ୍ଷ ୬୦ ହଜାର ୬୫୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୧ ଲକ୍ଷ ୧୦ ହଜାର ୪୪୫ ଡୋଜ ଦିଆଯାଇଥିଲା, ଯାହା ପରେ ଟିକା କରଣ ସଂଖ୍ୟା ୧୬୧ କୋଟି ୯୨ ଲକ୍ଷ ୮୪ ହଜାର ୨୭୦ କୁ ବୃଦ୍ଧି ପାଇଛି।

Comments are closed.