କୋରୋନା ସଂକ୍ରମଣର ନିମ୍ନଗତି ଜାରି : ଧାରା ଜାରି ରହିଲେ ପିକ୍ ଅତିକ୍ରମ କରିଛି ବୋଲି କହିହେବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି ରହିଛି । ଏହି ମାସ ୧୨ ତାରିଖରୁ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଯଦି ଏହି ଧାରା ଆଉ କିଛି ଦିନ ଜାରି ରହେ,ତାହା ହେଲେ ଓଡିଶାରେ ସଂକ୍ରମଣ ପିକ୍ ଅତିକ୍ରମ କରିଛି ବୋଲି କହିହେବ । ଯଦି ଏହା ହୁଏ, ତାହା ହେଲେ ରାଜ୍ୟ ପାଇଁ ବେଶ୍ ଆଶ୍ୱସ୍ତିକର ଖବର ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଯଦି ଏହା ମଧ୍ୟରେ ସଂକ୍ରମଣ ପୁଣି ବଢେ,ତାହା ହେଲେ ଏହା ଭୁଲ୍ ଆକଳନ ହୋଇପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସବୁଜିଲ୍ଲାରେ ସଂକ୍ରମଣ ରହିଛି । କେବଳ ସହର ନୁହେଁ, ଗାଁରେ ମଧ୍ୟ ସଂକ୍ରମଣ ରହିଛି । ସଂକ୍ରମଣ ଯେପରି ନ ବଢେ, ସେ ନେଇ ସଚେତନ ହେବା ଜରୁରୀ ବୋଲି ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଗତ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ରୁ ୭ ଭିତରେ ରହୁଛି । ଯେଉଁମାନଙ୍କର ମୃତ୍ୟୁ ହେଉଛି, ସେମାନେ ବିଭିନ୍ନ ରୋଗରେ ପୀଡିତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.