ଫେବ୍ରୁଆରୀ ମାସର କୋଭିଡ ଗାଇଡଲାଇନ, ରାତ୍ରିକାଳୀନ କର୍ଫ୍ୟୁ କୋହଳ

ଭୁବନେଶ୍ୱର- ଫେବ୍ରୁଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଜାରି ହୋଇଛି । ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ କୋହଳ କରାଯାଇଛି । ଏଣିକି ରାତି ୯ ପରିବର୍ତ୍ତେ ୧୦ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ରାତି ୧୦ଟା ଯାଏଁ ମଲ୍‌, ଦୋକାନ ବଜାର ଖୋଲା ରହିବ । ମାଘ ସପ୍ତମୀରେ ଜଳାଶୟରେ ଭିଡ ଉପରେ କଟକଣା ଜାରି କରାଯାଇଛି । ମନ୍ଦିର ଭିତରେ ରୀତିନୀତି ଅନୁଯାୟୀ ପୂଜା ହୋଇପାରିବ । ଫିଲ୍ମ ହଲ୍‌, ସୁଇମିଂ ପୁଲ, ସପିଂ ମଲରେ ଥିବା କଟକଣା ହଟିଛି । ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା କରିବା ପାଇଁ ଅନୁମତି ଦିଆଯାଇଛି । ସୀମିତ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା ହୋଇପାରିବ । ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ଚାଲିବ । କିନ୍ତୁ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ହେବ ।

Comments are closed.