ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ନିର୍ବାଚନ କମିଶନର

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏ ଦୃଷ୍ଟିରୁ ପଂଚାୟତ ନିର୍ବାଚନ ଉପରେ ଲାଗିଥିବା ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଏବେ ୨୦ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିବେ ପ୍ରାର୍ଥୀ । ପୂର୍ବରୁ କେବଳ ୫ ଜଣଙ୍କୁ ଅନୁମତି ଦିଆଯାଇଥିଲା । ଏବେ ୩ ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରିବାକୁ ମଧ୍ୟ ନିର୍ବାଚିନ କମିଶନର ଅନୁମତି ଦେଇଛନ୍ତି ।

Comments are closed.