ରାଜ୍ୟରେ ଦିନକରେ ୧ ହଜାର ୭୧୨ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୭୧୨ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୯୯୭ ଓ ସ୍ଥାନୀୟ ଅଂଚଳରୁ ୭୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୩୨୩ ଜଣ ଶିଶୁ-କିଶୋର ଅଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୨୫୭, ସୁନ୍ଦରଗଡରୁ ୧୪୭, କୋରାପୁଟରୁ ୧୧୮, କଟକରୁ ୧୦୪, ଅନୁଗୁଳରୁ ୭୯, ସମ୍ବଲପୁରରୁ ୫୬, ବାଲେଶ୍ୱରରୁ ୫୪, ସୋନପୁରରୁ ୫୪, ଯାଜପୁରରୁ ୫୩, ମୟୂରଭଞ୍ଜରୁ ୫୩, କେନ୍ଦୁଝରରୁ ୫୨, ଢେଙ୍କାନାଳୁ ୪୯, କଳାହାଣ୍ଡିରୁ ୪୯, ଜଗତସିଂହପୁରରୁ ୪୮, ଦେବଗଡରୁ ୪୬, କେନ୍ଦ୍ରାପଡାରୁ ୪୬, ନୟାଗଡରୁ ୪୫, ଗଜପତିରୁ ୪୩, ପୁରୀରୁ ୪୦, ରାୟଗଡାରୁ ୩୪, ନୂଆପଡାରୁ ୩୯, କନ୍ଧମାଳରୁ ୩୧, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୨୯, ଝାରସୁଗୁଡାରୁ ୨୯, ନବରଙ୍ଗପୁରରୁ ୨୬, ଭଦ୍ରକରୁ ୨୨, ବରଗଡରୁ ୧୭, ଗଞ୍ଜାମରୁ ୧୦ ଓ ମାଲକାନଗିରିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୪୮ଟି ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ଏବେ ୧୭ ହଜାର ୬୪୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.