ପଂଚାୟତ ଭୋଟ୍ : ଏବେ ଦ୍ୱିତୀୟ ପର୍ଯ୍ୟାୟ ଉପରେ ନଜର

ଭୁବନେଶ୍ୱର- ପଂଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ ହେବ । ୧୫୧୪ ପଂଚାୟତରେ ଭୋଟ୍ ନିଆଯିବ । ୨୦ ହଜାର ୪୩୬ ବୁଥରେ ମତଦାନ ହେବ । ୬୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ ।

Comments are closed.