ୟୁକ୍ରେନ ସଙ୍କଟ: ଡୋନେସ୍କ ସହରରେ ଏକାଧିକ ବିସ୍ଫୋରଣ ସୂଚନା

ମସ୍କୋ: ୟୁକ୍ରେନର ପୂର୍ବ ଅଞ୍ଚଳର ବିଦ୍ରୋହୀଙ୍କ କବଜାରେ ଥିବା ସହର ଡୋନେସ୍କରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ କହିଛି ଯେ ଏହି ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଖବର ଏକ ସମୟରେ ଆସିଛି ଯେତେବେଳେ ରୁଷର ୟୁକ୍ରେନ ଉପରେ ଆକ୍ରମଣ ହେବାର ସମ୍ଭାବନା ଚରମ ସୀମାରେ ରହିଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି କହିଛନ୍ତି ଯେ ସେ ନିଶ୍ଚିତ ଅଛନ୍ତି ଯେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆକ୍ରମଣର କେନ୍ଦ୍ର ରାଜଧାନୀ କିଭ୍ ହେବ। ପୁଟିନ ଆକ୍ରମଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛି ବୋଲି ପ୍ରଥମେ ଆମେରିକା ନିଶ୍ଚିତ ହୋଇନଥିଲା । ଆମେରିକାର ଗୁପ୍ତଚର ଏଜେନ୍ସିର ସୂଚନା ଆଧାରରେ ବାଇଡେନ୍ ଏହି ଦାବି କରିଛନ୍ତି ।

ରାଷ୍ଟ୍ରପତି ବାଇଡେନ ରୁଷ ବିରୋଧରେ ବ୍ୟାପକ ଅର୍ଥନୈତିକ ଏବଂ କୂଟନୈତିକ କଟକଣା ଲଗାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରୁଷ ଆକ୍ରମଣ କଲେ ପୁଟିନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ବାଇଡେନ କହିଛନ୍ତି ଯେ ଯଦି ରୁଷ ୟୁକ୍ରେନକୁ ଆକ୍ରମଣ କରେ, ତେବେ ୟୁକ୍ରେନକୁ ଯୁଦ୍ଧ ପାଇଁ ଆମେରିକା କେବଳ ସାମରିକ ସମର୍ଥନ ଦେବ ନାହିଁ, ବରଂ ୟୁକ୍ରେନବାସୀଙ୍କୁ ସମର୍ଥନ ଜାରି ରଖିବ।

Comments are closed.