ଗଞ୍ଜାମ ଜିଲ୍ଲାପାଳ ଜବତ କଲେ ୨ ଲକ୍ଷର ଗଞ୍ଜେଇ

ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛତ୍ରପୁର ରେଳ ଷ୍ଟେସନ୍‌ରେ ଏକ ଟ୍ରେନରୁ ୨ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ରବିବାର ରାତି ପ୍ରାୟ ୧୦ଟାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ଷ୍ଟେସନରେ ଚଢଉ କରିଥିଲେ। ପୁରୀ- ତିରୁପତି ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରା କରୁଥିବା ବ୍ରହ୍ମପୁରର ପ୍ରକାଶ ପଟ୍ଟନାୟକ (୨୬) ନାମକ ଯୁବକଙ୍କ ଠାରୁ ୪୪ କେଜି ଗଞ୍ଜେଇ ଜବତ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ୨.୨୦ ଲକ୍ଷ ଟଙ୍କା। ଜିଲ୍ଲାପାଳଙ୍କ ଚଢଉ ସମୟରେ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଛତ୍ରପୁର ତହସିଲଦାର ପ୍ରକାଶ ମିଶ୍ର ଉପସ୍ଥିତ ଥିଲେ। ଏ ନେଇ ଏକ ଏନ୍‌ଡିପିଏସ୍ ମାମଲା ରୁଜୁ କରାଯାଇଛି।

Comments are closed.