ଦୁଇ ବର୍ଷ ପରେ କଟକଣା ମୁକ୍ତ ହେଲା ଶ୍ରୀମନ୍ଦିରରେ ଦିଅଁ ଦର୍ଶନ

ପୁରୀ: ଦୁଇବର୍ଷ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋହଳ ହୋଇଛି କଟକଣା। ଆଜିଠୁ ଆଉ କୋଭିଡ୍‌ ନେଗେଟିଭ ରିପୋର୍ଟ କିମ୍ବା ଟିକା ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ ନାହିଁ। କୋଭିଡ୍‌ ସଂକ୍ରମଣ ହ୍ରାସ ପାଇବା ପରେ ଗତ ୧୪ ତାରିଖରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ‌ସେଇ ନିଷ୍ପତ୍ତି ଆଜି କାର୍ଯ୍ୟକାରୀ ହୋଇଛି। ତେବେ କୋଭିଡ ସଂକ୍ରମଣ ହାର ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବାରୁ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। କୋଭିଡ୍‌ ସଂକ୍ରମଣ ବଢ଼ିବା ପରେ ୨୦୨୦ ମାର୍ଚ୍ଚ ୨୨ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରାଯାଇଥିଲା। ପରେ କଟକଣାରେ ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଡବଲ ଡୋଜ‌୍ ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା।

ଭକ୍ତମାନେ ସକାଳ ୬ରୁ ରାତି ୯ ଯାଏ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Comments are closed.