ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର-ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ବେଳେ କୋଭିଡ୍‌ କଟକଣା ପାଳନ କରାଯିବ। ଆସନ୍ତାକାଲି ମହାଶିବରାତ୍ରିରେ ଶ୍ରଦ୍ଧାଳୁମାନେ କୋଭିଡ୍‌ ନିୟମ ମାନି ମନ୍ଦିରକୁ ପ୍ରବେଶ କରିବେ। ସେବାୟତ, ମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରିବା ସହ ହାତ ସାନିଟାଇଜ୍‌ କରିବେ। ଭକ୍ତ ମାନେ ଧାଡ଼ି ବାନ୍ଧି ପ୍ରବେଶ କରିବ‌ା ବେଳେ ୬ଫୁଟ୍‌ ସାମାଜିକ ଦୂରତା ରକ୍ଷା କରିବେ।

ପୋଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା।
ବୈଠକର ନିଷ୍ପତ୍ତି ଅନୁଯାୟୀ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବ ନାହିଁ। ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ମନ୍ଦିର ଆଗ ବାମ ପାର୍ଶ୍ବରେ ଏକ କଣ୍ଟେନରରେ ପୋଲିସ ‌କଣ୍ଟ୍ରୋଲ ରୁମ୍‌ ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୋଲିସ ନଜର ରଖିବ। ସେହିପରି ସେଠାରେ ଅନ୍ୟ ଏକ କଣ୍ଟେନରରେ ସୂଚନା କେନ୍ଦ୍ର ରହିବ। ସେଠାରେ ମଧ୍ୟ ସିସିଟିଭି ଉପରେ ପୋଲିସ ନଜର ରଖିବ। ସେହିପରି ସେଠାରେ ଅନ୍ୟ ଏକ କଣ୍ଟେନରରେ ସୂଚନା କେନ୍ଦ୍ର ରହିବ।

Comments are closed.