ତୈଳଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ତୈଳଦର ବୃଦ୍ଧି ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ସାଧାରଣ ଲୋକଙ୍କୁ ଆଜି ଡବଲ୍ ଝଟକା ଲାଗିଛି| ପେଟ୍ରୋଲ ଏବଂ ଡିଜେଲ ସହିତ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଆଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରିଛି। ଏହା ଜନସାଧାରଣଙ୍କ ରୋଷେଇ ଘରର ବଜେଟ୍ ବୃଦ୍ଧି କରିବ ଏବଂ ଲୋକଙ୍କ ପକେଟ ଉପରେ ଏହାର ବଡ ପ୍ରଭାବ ପଡିବ |

ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଇଛି | ତେଲ ଦର ବଢ଼ିବା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ହେବା ସମ୍ଭାବନା ବଢିଯାଇଛି।

Comments are closed.