ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡିର ଜେରା

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଖଡଗେଙ୍କୁ ଜେରା କରୁଛି ଇଡି। ଏହି ମାମଲାରେ ଇଡି ତାଙ୍କୁ ସମନ ଜାରି କରିଥିଲା।

ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ନେଇ ୨୦୧୨ ରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଟ୍ରାଏଲ କୋର୍ଟରେ ଅଭିଯୋଗ କରିଥିଲେ। ୟଙ୍ଗ ଇଣ୍ଡିଆନ୍ ଲିମିଟେଡ୍ (YIL) ଦ୍ୱାରା ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଅଧିଗ୍ରହଣରେ କଂଗ୍ରେସର କିଛି ନେତା ଠକେଇ ଏବଂ ଜାଲିଆତିରେ ସଂପୃକ୍ତ ଥିଲେ ବୋଲି ସ୍ବାମୀ ଅଭିଯୋଗ କରିଥିଲେ । ନ୍ୟାସନାଲ ହେରାଲ୍ଡ ଖବରକାଗଜ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମାମଲାରେ ସ୍ବାମୀ ସୋନିଆ ଗାନ୍ଧୀ, ମୋତିଲାଲ ଭୋରା, ସୁମନ ଦୁବେ ଏବଂ ସାମ ପିଟ୍ରୋଡାଙ୍କ ନାଁ ଉଲ୍ଲେଖ କରିଥିଲେ।

Comments are closed.