କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ, ୬ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ତାଲିମ କେନ୍ଦ୍ର ଏବଂ ସ୍କୁଲ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଅତିକମରେ ୬ ଛାତ୍ରଙ୍କ ମୃତ୍ୟୁ ହୋଇଛି। କାବୁଲର ଦାଶ-ଇ-ବାରଚି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂତ୍ରରୁ ପ୍ରକାଶ ଯେ ତିନିରୁ ପାଞ୍ଚ ଜଣ ଆତ୍ମଘାତୀ ଅବଦୁର ରହୀମ ସହିଦ ହାଇସ୍କୁଲରେ ଆକ୍ରମଣ କରିଥିଲେ। ସ୍କୁଲ୍ ପରିସରରେ ଦୁଇଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଅନେକ ଛାତ୍ର ଶ୍ରେଣୀ ଭିତରେ ଥିଲେ | ଏହି ଆତ୍ମଘାତୀ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି ।

ପଶ୍ଚିମ କାବୁଲର ଏକ ଶିଆ ପ୍ରାଧାନ୍ୟ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି।

Comments are closed.