ନରାଜରେ ବିପଦ ସଂକେତ ଟପିଲା ମହାନଦୀ, ଏଣେ ବନ୍ୟା କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ବନ୍ୟା ସ୍ଥିତି ଜଟିଳ ହୋଇଛି । ଉପରମୁଣ୍ଡରେ ବର୍ଷା କାରଣରୁ ଜଳପ୍ରବାହ ବୃଦ୍ଧି ପାଇଛି ହୀରକୁଦର ୪୪ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଚାଲିଛି । ହୀରାକୁଦ ଜଳଭଣ୍ଡାରର ସବୋ ର୍ଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଏବେ ଜଳସ୍ତର ରହିଛି ୬୨୬ ଦଶମିକ ୮ ଫୁଟ । ମହାନଦୀରେ ବଡ ବନ୍ୟା ଆଶଙ୍କା ଦିନକୁ ଦିନ ବଢିବାରେ ଲାଗିଛି । ନରାଜରେ ବିପଦ ସଂକେତ ଟପିଛି ମହାନଦୀ । ସେପଟେ ସେପଟେମ୍ବର ପହିଲାରୁ ରାଜ୍ୟରେ ପୁଣି ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ରାଜ୍ୟର ବହୁସ୍ଥାନରେ ବର୍ଷା ହୋଇପାରେ । ରାଜ୍ୟ ପାଇଁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ ।

ଏଣେ ରାଜ୍ୟରେ ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୋଇଥିବା ବନ୍ୟାର କ୍ଷୟକ୍ଷତି ଆକଳନ କରିବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରିଲିଫ୍ କୋଡ୍ ଅନୁଯାୟୀ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Comments are closed.