୬ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଥିବା ବେଳେ ପିଲାମାନଙ୍କ ଟିକାକରଣ ତ୍ବରାନ୍ବିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ) ୬ ରୁ ୧୨ ବର୍ଷର ପିଲାମାନଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ୫ ରୁ ୧୨ ବର୍ଷ ପିଲାଙ୍କ ପାଇଁ ବାୟୋଲୋଜିକାଲ ଇ’ର କୋର୍ବେଭାକ୍ସର ମଧ୍ୟ ଜରୁରୀକାଳିନ ବ୍ୟବହାରକୁ ଅନୁମୋଦନ କରିଛନ୍ତି ଡ୍ରଗ୍ସ ନିୟନ୍ତ୍ରକ । ଏହାଛଡ଼ା ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସର ପିଲାଙ୍କୁ ଜାଏଡସ୍ କାଡିଲା ଟିକା ଦେବାକୁ ମଧ୍ୟ ଅନୁମତି ଦେଇଛନ୍ତି ଡିସିଜିଆଇ ।

Comments are closed.