ବିହାର ବିଧାନସଭା ସହ ୬୪ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ନିଷ୍ପତି , ଖୁବ୍ ଶୀଘ୍ର ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ

ଭୁବନେଶ୍ୱର- ବିହାର ବିଧାନସଭା ନିର୍ବାଚନ ସହ ଏକ ସମୟରେ ସବୁ ଉପନିର୍ବାଚନ କରିବାକୁ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି । ବିହାର ବିଧାନସଭା ନିର୍ବାଚନ ସହ ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ । ବିଭିନ୍ନ ରାଜ୍ୟର ସିଇଓଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ଏହି ନିଷ୍ପତି ନେଇଛନ୍ତି ।

କୋରୋନା ଓ ବନ୍ୟା ଯୋଗୁଁ ଉପନିର୍ବାଚନ ଘୁଂଚାଇବାକୁ ଅନୁରୋଧ ହୋଇଥିଲା । ରାଜ୍ୟରେ ବାଲେଶ୍ୱର ଓ ତିତୋ ର୍ଲ ଆସନରେ ଉପନିର୍ବାଚନ ହେବ । ନଭେମ୍ବର ୨୯ ପୂୂର୍ବରୁ ବିହାର ବିଧାନସଭା ନିର୍ବାଚନ ସମେତ ଉପନିର୍ବାଚନ ସରିବା ସମ୍ଭାବନା ରହିଛି । ଠିକ୍ ସମୟରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

Comments are closed.