ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା, ଗଂଜେଇ ମାଫିଆଙ୍କ ମାଡରେ ହୋମଗାର୍ଡ ମୃତ

ମାଲକାନଗିରି – ଗଂଜେଇ ମାଫିଆଙ୍କୁ ଧରିବାକୁ ଯାଇ ପୋଲିସ-ମାଫିଆ ମୁହାଁମୁହିଁ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଚାଉଳମେନ୍ଦି ଜଙ୍ଗଲରେ ପୋଲିସ-ମାଫିଆଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମାଫିଆଙ୍କ ମାଡରେ ହୋମଗାର୍ଡ ବନବାସୀ ମହାରଣା ପ୍ରାଣ ହରାଇଥିବା ସୂଚନା ମିଳିଛି । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Comments are closed.