ଖ୍ରୀଷ୍ଟିଆନୋ ରୋନାଲ୍‌ଡୋଙ୍କ ମାଇଲଖୁଂଟ, ୧୦୦ ଆନ୍ତର୍ଜାତିକ ଗୋଲ୍ ସ୍କୋର କରିବାରେ ହେଲେ ବିଶ୍ୱର ମାତ୍ର ଦ୍ୱିତୀୟ ଫୁଟବଲର୍‌

ଲିସବନ-ବିଶ୍ୱର ଶ୍ରେଷ୍ଠ ଫୁଟବଲରଙ୍କ ମଧ୍ୟରେ ଅନ୍ୟତମ ପର୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍‌ଡୋ ୧୦୦ ଆନ୍ତର୍ଜାତିକ ଗୋଲ୍ କ୍ଲବରେ ସାମିଲ ହୋଇଛନ୍ତି । ୧୦୦ଟି ଆନ୍ତର୍ଜାତିକ ଗୋଲ୍ ସ୍କୋର କରିବାରେ ପର୍ତୁଗାଲ୍ ଷ୍ଟ୍ରାଇକର ରୋନାଲ୍‌ଡୋ ହେଉଛନ୍ତି ବିଶ୍ୱର ମାତ୍ର ଦ୍ୱିତୀୟ ଫୁଟବଲ ଖେଳାଳି । ପୂର୍ବରୁ ଇରାନ୍‌ର ଅଲ୍ଲୀ ଦେଇ ପ୍ରଥମ ଫୁଟବଲ ଖେଳାଳି ଭାବେ ୧୦୦ଟି ଆନ୍ତର୍ଜାତିକ ଗୋଲ୍ ଦେଇଥିଲେ । ୟୁରୋପିଆନ ନେସନ୍‌ସ ଲିଗ୍ ଫୁଟବଲରେ ସ୍ୱିଡେନ୍ ବିପକ୍ଷରେ ପର୍ତୁଗାଲ ୨-୦ ଗୋଲରେ ବିଜୟୀ ହୋଇଥିଲା ।

ରୋନାଲ୍‌ଡୋ ପର୍ତୁଗାଲ୍‌ର ଦୁଇଟିଯାକ ଗୋଲ୍ ସ୍କୋର କରିବା ସହ ଆନ୍ତର୍ଜାତିକ ଫୁଟବଲରେ ୧୦୦ ଗୋଲ୍‌ର ମାଇଲଖୁଂଟ ଅତିକ୍ରମ କରିଥିଲେ । ୩୫ ବର୍ଷିୟ ରୋନାଲଡୋ ୨୦୦୪ରେ ଗ୍ରୀସ୍ ବିରୋଧରେ ନିଜ ଆନ୍ତର୍ଜାତିକ କ୍ୟାରିଅରର ପ୍ରଥମ ଗୋଲ୍ ସ୍କୋର୍ କରିଥିଲେ ।

ତେବେ, ଫୁଟବଲରେ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍‌ର ରେକର୍ଡ ଇରାନର୍ ଅଲ୍ଲୀଙ୍କ ନାଁରେ ହିଁ ରହିଛି । ଅଲ୍ଲୀ ୧୦୯ଟି ଗୋଲ୍ ସ୍କୋର୍ କରିଥିବା ବେଳେ ଖ୍ରୀଷ୍ଟିଆନୋ ରୋନାଲ୍‌ଡୋ ୧୦୧ଟି ଗୋଲ୍ ଦେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସର୍ବାଧିକ ଆନ୍ତର୍ଜାତିକ ଗୋଲ୍ ସ୍କୋରରଙ୍କ ତାଲିକାରେ ରୋନାଡ୍ଡୋଙ୍କ ସମସାମୟିକ ତଥା ତାଙ୍କ ଆର୍ଜେଂଟିନୀୟ ପ୍ରତିଦ୍ୱନ୍ଦୀ ଲିଓନେଲ ମେସୀ ପଂଚଦଶ ସ୍ଥାନରେ ରହିଛନ୍ତି । ମେସୀ ଏ ଯାଏଁ ୭୦ଟି ଆନ୍ତର୍ଜାତିକ ଗୋଲ୍ ସ୍କୋର କରିଛନ୍ତି ।

Comments are closed.