ରାଜ୍ୟରେ ଆଉ ୩ ହଜାର ୭୪୮ ନୂଆ କୋରୋନା ରୋଗୀ, ଖୋର୍ଧାରୁ ସର୍ବାଧିକ ୬୧୫, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୩ ହଜାର ୭୪୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୨୧୦ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୩୮ ନୂଆ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାର ସଂଖ୍ୟା ହେଲା ୩୯୨ । ପୁରୀ ଜିଲ୍ଲାରୁ ୩୮୭ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରେ ପ୍ରଥମ ଥର ପାଇଁ ଦିନକରେ ୩ ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୧୦୩, ବରଗଡରୁ ୯୨, ଜଗତସିଂହପୁର ଜିଲ୍ଲାରୁ ୯୪, ଯାଜପୁରରୁ ୧୪୦, କେନ୍ଦ୍ରାପଡାରୁ ୧୧୬, କୋରୀପୁଟରୁ ୯୭, କନ୍ଧମାଳ ଜିଲ୍ଲାରୁ ୮୫, ନବରଙ୍ଗପୁରରୁ ୧୨୧, ନୂଆପଡାରୁ ୧୦୭, ରାୟଗଡା ଜିଲ୍ଲାରୁ ୮୨, ସୋନପୁରରୁ ୧୨୪ ଓ ସୁନ୍ଦରଗଡ ଜିଲ୍ଲାରୁ ୧୫୭ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପଂହଚିଛି । ଏଥିମଧ୍ୟରୁ ୧ ଲକ୍ଷ ୨୧ ହଜାର ୮୫ ଜଣ ସୁସ୍ଥ ହୋଇଛନ୍ତି । ମୋଟ ସକ୍ରିୟ ମାମଲା ୩୨ ହଜାର ୩୧୨ ରହିଛି ।

ସେପଟେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି ।

Comments are closed.