୩ ହଜାର ୯୧୩ ନୂଆ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟ୍ୟା ଦେଢ ଲକ୍ଷ ପାର, ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ୩ ହଜାର ୯୧୩ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ପଜିଟିଭ ମାମଲା ୧ ଲକ୍ଷ ୫୦ ହଜାର ୮୦୭କୁ ବୃଦ୍ଧି ପାଇଛି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୫୫୬, କଟକ ଜିଲ୍ଲାରୁ ୩୮୨, ପୁରୀ ଜିଲ୍ଲାରୁ ୨୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ନୂଆ ଚିହ୍ନଟ ହୋଇଥିବା ପଜିଟିଭଙ୍କ ସଂଖ୍ୟା ହେଉଛି ୮୬ ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଝାରସୁଗୁଡାରୁ ୧୬୨, କେନ୍ଦ୍ରାପଡାରୁ ୧୫୬, ବରଗଡରୁ ୧୪୫, ବଲାଙ୍ଗିରରୁ ୧୪୨, ବାଲେଶ୍ୱରରୁ ୧୩୪, ଭଦ୍ରକରୁ ୧୨୩, ଯାଜପୁରରୁ ୧୨୮, ଜଗତସିଂହପୁରରୁ ୧୦୮, ମୟୂରଭଂଜରୁ ୧୪୭, ନବରଂଗପୁରରୁ ୧୧୨, କୋରାପୁଟରୁ ୧୦୦, ନୂଆପଡାରୁ ୧୨୮, ସମ୍ବଲପୁରରୁ ୧୪୧ ଓ ଅନୁଗୁଳରୁ ୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ୩୪ ହଜାର ୮୪୯ ରହିଛି ।

ଏଣେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୧୦ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି ।

Comments are closed.