କୋରୋନା ମହାମାରୀ ସଂକଟ ମଧ୍ୟରେ ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ, ମାତ୍ର ୧୮ ଦିନ ପାଇଁ ବସିବ ଅଧିବେଶନ, ଆଜି ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ – କୋରୋନା ସଂକଟ ମଧ୍ୟରେ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ମାତ୍ର ୧୮ ଦିନ ଚାଲିବ । ଅଧିବେଶନ କାଳରେ ଉଭୟ ଗୃହରେ ପ୍ରଶ୍ନକାଳ ରହିବ ନାହିଁ , ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି । କୋଭିଡ କଟକଣା ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭାର ବୈଠକ ବସୁଛି ।

ଅଧିବେଶନ କାଳରେ ଶାସକ ଏନଡିଏକୁ ଘେରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ରହିଛି । କୋରୋନା ମହାମାରୀ ମୁକାବିଲାରେ ସରକାରଙ୍କ ଭୂମିକା,ଅର୍ଥ ବ୍ୟବସ୍ଥାର ସ୍ଥିତି ଓ ଲଦାଖ ସୀମାରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । କେନ୍ଦ୍ର ସରକାର ଏହି ଅଧିବେଶନରେ ୨୩ଟି ବିଧେୟକ ଗୃହୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାର ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଜେଡିୟୁର ହରିବଂଶ ନାରାୟଣ ସିଂହ ଓ ମିଳିତ ବିରୋଧୀ ଦଳର ମନୋଜ ଝା’ ଙ୍କ ମଧ୍ୟରେ ଏହି ପଦ ପାଇଁ ନିର୍ବାଚନ ହେଉଛି ।

Comments are closed.