ସେପଟେମ୍ବର ୨୧ରୁ ଖୋଲିବ ସ୍କୁଲ୍ , କେନ୍ଦ୍ରର ଗାଇଡଲାଇନ୍ ଜାରି, କୋଭିଡ କଟକଣା ମଧ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଟପଢା

ନୂଆଦିଲ୍ଲୀ – କୋରୋନା ଯୋଗୁଁ ବନ୍ଦ ଥିବା ସ୍କୁଲ୍ ଏହି ମାସ ୨୧ତାରିଖରୁ ଖୋଲିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ସର୍ତମୂଳକ ଭାବେ ଖୋଲାଯିବ ସ୍କୁଲ୍ । ପ୍ରଥମ ପଯ୍ୟାର‌୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବ । ବୈଷୟିକ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଲ୍ୟାବ ୱାର୍କକୁ ମଧ୍ୟ ଅନୁମତି ମିଳିଛି । ଏସଓପି ଅନୁସାରେ କ୍ଲାସରୁମରେ ଛାତ୍ରଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ । ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଶ୍ରେଣୀରେ ପାଠପଢା ଓ ଅନଲାଇନ୍ ପାଠପଢା ଉଭୟ ସମୟ ସାରଣୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ, ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନିଷ୍ପତି ଇଚ୍ଛାଧୀନ ରଖାଯାଇଛି ।

Comments are closed.