ଦେଶରେ କୋରୋନା ପଜିଟିଭ ସଂଖ୍ୟ ୪୮ ଲକ୍ଷ ପାର, ମୃତ୍ୟୁ ସଂଖ୍ୟା ୭୯ ହଜାର ଟପିଲା

ନୂଆଦିଲ୍ଲୀ- ଭାରତରେ କୋରୋନା ପଜିଟିଭ ସଂଖ୍ୟା ୪୮ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ୯୨ ହଜାର ୭୧ ନୂଆ ମାମଲା ଆସିଛି । ଏଥିସହ ଦେଶରେ ମୋଟ ପଜିଟିଭ ମାମଲା ୪୮ ଲକ୍ଷ ୪୬ ହଜାର ୪୨୮କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୯ ଲକ୍ଷ ୮୬ ହଜାର ୫୯୮ ହେଉଛି ସକ୍ରିୟ ମାମଲା । ୩୭ ଲକ୍ଷ ୮୦ ହଜାର ୧୦୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ମହାମାରୀ ଯୋଗୁଁ ୧ ହଜାର ୧୩୬ ଲୋକଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ ହଜାର ୭୨୨ର ପହଂଚିଛି ।

ଦେଶରେ କୋରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ୨ ଲକ୍ଷ ୮୦ ହଜାର ୧୩୮ଟି ସକ୍ରିୟ ମାମଲା ରହିଛି । ଏଥିରୁ ୨୯ ହଜାର ୧୧୫ ଲୋକଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ର ପ୍ରଦେଶରେ କୋରୋନାର ମୋଟ ସକ୍ରିୟ ମାମଲା ୯୫ ହଜାର ୭୩୩ ରହିଛି । ଏହି ରାଜ୍ୟରେ ୪ ହଜାର ୮୪୬ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ।

Comments are closed.