ରାଜ୍ୟରେ ଦିନିକିଆ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଂଟାରେ ୪ ହଜାର ୧୯୮ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟର ୩୦ଟି ଜିଲ୍ଲାରୁ ରେକର୍ଡ ୪ ହଜାର ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୪୭୬ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୭୨୨ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୫୮, କଟକ ଜିଲ୍ଲାରୁ ୩୬୭ ଓ ପୁରୀ ଜିଲ୍ଲାରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରୁ ୧୯୭, ସୁନ୍ଦରଗଡରୁ ୧୯୫, ଯାଜପୁରରୁ ୧୫୬, ରାୟଗଡାରୁ ୧୩୬, ସମ୍ବଲପୁରରୁ ୧୩୦, ମୟୂରଭଂଜରୁ ୧୩୩, କେନ୍ଦ୍ରାପଡାରୁ ୧୪୩, ବାଲେଶ୍ୱରରୁ ୧୩୦, ଅନୁଗୁଳରୁ ୧୦୮ ଓ ଜଗତସିଂହପୁରରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ମାତ୍ର ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୧୮ ହଜାର ୬୪୨ । ୩୫ ହଜାର ୬୭୩ ଲୋକ ଏବେ ଚିକିତ୍ସାଧୀନ ଅଛନ୍ତି । ଏଣେ ରାଜ୍ୟରେ କୋରୋନା ଯୋଗୁଁ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୬୩୭କୁ ବୃଦ୍ଧି ପାଇଛି ।

Comments are closed.