ଆସନ୍ତା ୨୯ରୁ ବିଧାନସଭାର ମୌସୁମୀ ଅଧିବେଶନ, ରହିବ ନାହିଁ ପ୍ରଶ୍ନକାଳ

ଭୁବନେଶ୍ୱର – ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ଅଧିବେଶନ ଅକ୍ଟୋବର ୭ ଯାଏଁ ଚାଲିବ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସଂସଦର ମୌସୁମୀ ଅଧିବେଶନ ପରି ବିଧାନସଭାର ଆସନ୍ତା ଅଧିବେଶନରେ ବି ପ୍ରଶ୍ନକାଳ ରହିବ ନାହିଁ । କେବଳ ଅଣତାରକା ପ୍ରଶ୍ନର ଲିଖିତ ଉତର ମିଳିବ ।

Comments are closed.