ଅକ୍ଟୋବର ୧୨ରୁ ୧୯ ଯାଏଁ ଓଜେଇଇ ପରୀକ୍ଷା, ସିବିଟି ପଦ୍ଧତିରେ ୫୩ଟି କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର- ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା –ଓଜେଇଇ ୨୦୨୦ ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ଏବେ ଏହା ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏଁ ହେବ । ରାଜ୍ୟରେ କୋଭିଡ-୧୯ ସ୍ଥିତି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ପୂର୍ବରୁ ଓଜେଇଇ ମେ ମାସ ପ୍ରଥମ ସପ୍ତାହରେ ହେବାର ଥିଲା । ପରୀକ୍ଷାର ପ୍ରତ୍ୟେକ ଦିନରେ ତିନିଟି ସିଫ୍ଟରେ କଂପ୍ୟୁଟର ବେସଡ୍ ଟେଷ୍ଟ୍ ମୋଡ୍‌ରେ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯିବ । ରାଜ୍ୟ ଓ ରାଜ୍ୟ ବାହାରର ୫୩ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

Comments are closed.