କଟକ – ମା’ କଟକ ଚଣ୍ଡୀଙ୍କ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୦ କୋଟି ଟଙ୍କା ଯୋଜନା ଅନୁମୋଦନ କରିଥିବାରୁ କଟକ ଚଣ୍ଡୀ ରୋଡ୍ ଶେଖବଜାର ପୂଜା କମିଟି ପକ୍ଷରୁ ତାଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି। ପ୍ରକଳ୍ପର ଶୁଭକାମନା କରି ଚଣ୍ଡୀ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶେଖବଜାର ପୂଜା କମିଟି ସଭାପତି ରାଜକିଶୋର ନାୟକ, ସାଧାରଣ ସଂପାଦକ କିଶୋର ବେହେରା, ମହାନଗର ଶାନ୍ତି କମିଟି ଉପସଭାପତି ଧର୍ମେଶ ନାୟକ, ସାଧାରଣ ସଂପାଦକ ଭିକାରି ଦାସ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସିହ୍ନା, ଆଇନଜୀବୀ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.