କାଲିଠାରୁ ପୁଣି ପ୍ରାକ୍ କୋଭିଡ ସ୍ଥିତିକୁ ଫେରିବା ରେଳବାଇ, ଟ୍ରେନ ଛାଡିବାର ଅଧଘଂଟା ଆଗରୁ ଦ୍ୱିତୀୟ ସଂରକ୍ଷଣ ତାଲିକା

ନୂଆଦିଲ୍ଲୀ –କାଲିଠାରୁ ଟ୍ରେନ,ଷ୍ଟେସନ ଛାଡିବାର ୫ ମିନିଟ ପୂର୍ବରୁ ମଧ୍ୟ ଉପଲବ୍ଧ ହେବ ଟିକେଟ୍ । ଭାରତୀୟ ରେଳବାଇ କୋଭିଡ୍ ପୂର୍ବ ସ୍ଥିତି ପରି ପ୍ରସ୍ଥାନ ସମୟର ୩୦ ମିନିଟ ପୂର୍ବରୁ ଦ୍ୱିତୀୟ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବା ପାଇଁ ନିଷ୍ପତି ନେଇଥିବାରୁ ଏହି ବ୍ୟବସ୍ଥା ଉପଲବ୍ଧ ହେବ । କୋରୋନା ଯୋଗୁଁ ନିୟମିତ ଭାବେ ଯାତ୍ରୀ ଟ୍ରେନ ସେବା ସ୍ଥଗିତ ରହିଥିଲା । କିନ୍ତୁ ରେଳବାଇ ପୁଣି ଥରେ ପ୍ରାକ୍ କୋରୋନା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।

ଦ୍ୱିତୀୟ ସଂରକ୍ଷଣ ଚାର୍ଟ ଷ୍ଟେସନରୁ ଟ୍ରେନ ଛାଡିବାର ୩୦ ମିନିଟ ଆଗରୁ ପ୍ରସ୍ତୁତ ହେବ । କୋରୋନା ପୂର୍ବରୁ ବି ଏପରି ସ୍ଥିତି ଥିଲା । କିନ୍ତୁ ମହାମାରୀ ମଧ୍ୟରେ ଯେତେବେଳେ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଥିଲା, ସେ ସମୟରେ ଦୁଇ ଘଂଟା ଆଗରୁ ପ୍ରସ୍ତୁତ ହେଉଥିବା ଦ୍ୱିତୀୟ ସଂରକ୍ଷଣ ଚାର୍ଟ ।

Comments are closed.