ଗୀତା ମାହାତ୍ମ୍ୟ: ଲଭନ୍ତେ ବ୍ରହ୍ମନିର୍ବାଣ ମୃଶୟ କ୍ଷୀଣ କଲ୍ମଷା। ଛିନ୍ନଦୈଧା ଯତାତ୍ମାନଃ ସର୍ଵଭୂତହିତେ ରତାଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଲଭନ୍ତେ ବ୍ରହ୍ମନିର୍ବାଣ ମୃଶୟ କ୍ଷୀଣ କଲ୍ମଷା।
ଛିନ୍ନଦୈଧା ଯତାତ୍ମାନଃ ସର୍ଵଭୂତହିତେ ରତାଃ।।

ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ସକଳ ପାପ ନଷ୍ଟ ହୋଇ ଯାଇଛି, ଯେଉଁମାନଙ୍କର ସକଳ ସଂଶୟ ଜ୍ଞାନଦ୍ୱାରା ନିବୃତ୍ତ ହୋଇ ଯାଇଛି, ଯେଉଁମାନେ ସକଳ ପ୍ରାଣୀଙ୍କ ହିତରେରତ ଏଵଂଯେଉଁମାନଙ୍କର ବିଜିତ ମନ ନିଶ୍ଚଳ ଭାବରେ ପରମାତ୍ମା ଙ୍କ ଠାରେ ସ୍ଥିତ, ସେହି ବ୍ରହ୍ମବେତ୍ତା ପୁରୁଷମାନେ ଶାନ୍ତ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି।

( ଗୀତା ୫ମ ଅ। )

Comments are closed.