କରୋନା ଅପଡେଟ୍: ଦେଶରେ ୪,୫୧୮ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୫୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ମାମଲାରେ ୫.୮ ପ୍ରତିଶତ ବୃଦ୍ଧି ଘଟିଛି। କରୋନା ଯୋଗୁଁ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୨୫,୭୮୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨,୭୭୯ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଏପର୍ଯ୍ୟନ୍ତ ସମୁଦାୟ ୪୨,୬୩୦,୮୫୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏହି ଘାତକ ରୋଗ ଯୋଗୁଁ ଦେଶରେ ଏଯାବତ୍ ମୋଟ ୫,୨୪,୭୦୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ମୋଟ ମାମଲା ୪୩,୧୮୧.୩୩୫ କୁ ବୃଦ୍ଧି ପାଇଛି।

ଦେଶରେ କରୋନା ବିରୋଧରେ ଟିକାକରଣ ଅଭିଯାନ ମଧ୍ୟ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୧୮୭ ଟିକା ଦିଆଯାଇଛି ଏବଂ ଏପର୍ଯ୍ୟନ୍ତ ମୋଟ ୧,୯୪,୧୨,୮୭,୦୦୦ ଟିକା ଦିଆଯାଇଛି।

Comments are closed.