ସବୁ ନାଗରିକଙ୍କୁ ମିଳିବ କୋରୋନା ଟିକା, କୋରୋନ ଯୋଦ୍ଧାଙ୍କୁ ମିଳିପାରେ ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ଭାରତରେ ଯେତେବେଳେ କୋରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ, ତାହାହେଲେ ଦେଶର ସବୁଲୋକଙ୍କୁ ଏହା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । କାହାକୁ ବି ଏଥିରୁ ବଂଚିତ କରାଯାଇପାରିବ ନାହିଁ । କିନ୍ତୁ କୋରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ମିଳିପାରେ ବୋଲି ମୋଦି ଇଂରାଜୀ ଦୈନିକ ଇକୋନୋମିକ୍ସ ଟାଇମ୍ସସକୁ ଏକ ସାକ୍ଷାତକାରରେ କହିଛନ୍ତି ।

କୋରୋନା ଟିକାର ବିତରଣ ଓ ସଂଚାଳନ ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ । ତେବେ, ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା ଉପଲବ୍ଧ ହେବ କି ନାହିଁ , ସେ ସଂପର୍କରେ ପ୍ରଧାନମନ୍ତ୍ରୀ କିଛି କହିନାହାନ୍ତି । ଏଠାରେ ଉଲ୍ଲେଖେଯାଗ୍ୟ ଯେ, ବିଧାନସଭା ନିର୍ବାଚନ ହେଉଥିବା ବିହାରରେ ମାଗଣା କୋରୋନା ଟିକା ଯୋଗାଇ ଦେବା ପାଇଁ ବିଜେପିର ପ୍ରତିଶ୍ରୁତିକୁ କଡା ସମାଲୋଚନା କରାଯାଉଛି ।

Comments are closed.