ଏକାମ୍ରକାନନକୁ ଅଧିକ ବିକଶିତ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଏକାମ୍ର କାନନର କିଛି ଜମି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଫେରାଇ ନେଇଛନ୍ତି ବୋଲି କେତେକ ଗଣ ମାଧ୍ୟମରେ ସଂପ୍ରସାରିତ ହୋଇଛି । ଏହି ସମ୍ବାଦ ତଥ୍ୟ ଭିତ୍ତିକ ନୁହେଁ । ଅପରନ୍ତୁ, ଏକାମ୍ର କାନନ ଭୁବନେଶ୍ୱରର ଏକ ପରିଚିତି ଏବଂ ଏହାର ଉତ୍ତମ ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସରକାର ପ୍ରତିଶୃତି ବଦ୍ଧ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ ତ୍ରିପାଠୀ କହିଛନ୍ତି ।

ଏହି କାନନରେ ଥିବା ରିଜିଓନାଲ୍‌ ପ୍ଲାଣ୍ଟ୍‌ ରିସୋର୍ସ କେନ୍ଦ୍ରର ଗବେଶଣାତ୍ମକ କାର୍ଯ୍ୟ ଉଦ୍ୟାନ ଚାଷ ପାଇଁ ବେଶ ଗୁରୁତ୍ୱ ବହନ କରେ ସୂଚନାଯୋଗ୍ୟ, ଜୟଦେବ ବିହାର ଓ ପାଇକ ନଗର ମଉଜାରେ ଉଦ୍ୟାନ ବିଭାଗ ଅଧିନରେ ଥିବା କିଛି ଅବ୍ୟବହୃତ ଖାଲି ଜମି ଉକ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗଙ୍କୁ ଅଧିକ ଫଳପ୍ରଦ ବ୍ୟବହାର ନିମନେ୍ତ ଫେରାଇ ଦେଉଥିବାର ଜଣାପଡିଛି । ଏହି ଜମିର ଏକାମ୍ର କାନନ ସହିତ କିଛି ସଂପର୍କ ନାହିଁ ।

Comments are closed.