ଦିଲ୍ଲୀରେ କୋରୋନାର ତୃତୀୟ ସଂକ୍ରମଣ ଆଶଙ୍କା, କାଲି ଆପ୍ ସରକାର ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ – ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଛି କୋରୋନା । ଏହା କୋରୋନାର ତୃତୀୟ ଲହରୀ ବୋଲି କୁହାଯାଉଛି । ତୃତୀୟ ଲହରୀ ମାରାତ୍ମକ ହେବା ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଦିଲ୍ଲୀର ଆପ୍ ସରକାର ଆସନ୍ତାକାଲି ଏକ ଜରୁରୀ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଛନ୍ତି ଯେ, ବେଶ୍ କିଛି ଦିନ ଧରି ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ମହାମାରୀର ତୃତୀୟ ଲହରୀ ବୋଲି ମଧ୍ୟ କୁହାଯାଇପାରେ ବୋଲି କେଜରୀୱାଲ କହିଛନ୍ତି ।

ଦିଲ୍ଲୀରେ କୋରୋନାର ତୃତୀୟ ଲହରୀ ଆସିଥାଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ଦିଲ୍ଲୀରେ ୯ ହଜାର ମଧ୍ୟରୁ ୬ ହଜାର ୮ ଶହ ବେଡରେ ରୋଗୀ ଚିକିତ୍ସିତ ହେଉଛନ୍ତି । ଗତ ୧୫ ଦିନ ମଧ୍ୟରେ ସର୍ବାଧିକ ପରୀକ୍ଷଣ କରାଯାଉଛି । ସେଥିପାଇଁ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ଜୈନ କହିଛନ୍ତି ।

Comments are closed.