ନିମୋନିଆର ସଫଳ ନିରାକରଣ ପାଇଁ ସାମାଜିକ ସଚେତନତା ଓ କାର୍ଯ୍ୟାବଳୀ ଉଦଘାଟିତ, ଶିଶୁଙ୍କଠାରେ ନିମୋନିଆ ଲକ୍ଷଣ ଚିହ୍ନଟ କରି ଚିକିତ୍ସା କରାଇବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର- ରାଜ୍ୟରେ ନିମୋନିଆ ଜନିତ ଶିଶୁ ମୃତ୍ୟୁ ହାର କମାଇବା ପାଇଁ ସାମାଜିକ ସଚେତନତା ଓ କାର୍ଯ୍ୟାବଳୀ ଉଦଘାଟିତ ହୋଇଛି । ନିମୋନିଆର ସଫଳ ନିରାକରଣ ପାଇଁ ସାମାଜିତ ସଚେତନତା ଓ କାର୍ଯ୍ୟାବଳି ବା ସାନ୍ସକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଦଘାଟନ କରିଛନ୍ତି । ଏଥିସହିତ ଆବଶ୍ୟକୀୟ ସୂଚନା-ଶିକ୍ଷା –ସଂଚାର ଉପକରଣମାନ ବି ଉନ୍ମୋଚିତ ହୋଇଛି ।

ସାନ୍ସ କାର୍ଯ୍ୟକ୍ରମ ଜରିଆରେ ଆଜିଠାରୁ ଫେବ୍ରୁଆରୀ ୨୮ ତାରିଖ ଯାଏଁ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ନିମୋନିଆ ଲକ୍ଷଣ ଥିବା ଶିଶୁମାନଙ୍କୁ ଚିହ୍ନଟ କରି ଚିକିତ୍ସା କରାଇବେ ।

Comments are closed.