ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର, ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଚିଠାକୁ ଅନୁମୋଦନ କରାଯାଇଛି । ଅତିରିକ୍ତ ବଜେଟରେ ପ୍ରାୟ ୧୧ ହଜାର ୨ ଶହ କୋଟିର ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୨୦ ତାରିଖରେ ବିଧାନସଭାର ଶୀତକାଳିନ ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନସିଂ ଜରିଆରେ ବସିଥିଲା ବୈଠକ । ପରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

Comments are closed.