କୁକୁଡ଼ା ଚାଷ କରିବେ ଧୋନି

ଭୋପାଳ – ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବେ କୁକୁଡ଼ା ଚାଷରେ ମନୋନିବେଶ କରିବେ । ଏଥିପାଇଁ ସେ ନିଜ ଫାର୍ମ ପାଇଁ ‘କଡ଼କନାଥ” ପ୍ରଜାତିର ୨୦୦୦ କୁକୁଡ଼ା ମଗାଇଛନ୍ତି । ଏହି ‘କଡ଼କନାଥ‘ ପ୍ରଜାତି କୁକୁଡ଼ାର ଚାହିଦା ବେଶ୍ ଅଧିକ । ଏଭଳି ପ୍ରଜାତିର କୁକୁଡ଼ା ସାଧାରଣତଃ ମଧ୍ୟପ୍ରଦେଶର ଝାବୁଆ ଅଞ୍ଚଳରେ ମିଳେ ।

ଧୋନିଙ୍କ ଅର୍ଡର ଡିସେମ୍ବର ୧୫ ସୁଦ୍ଧା ତାଙ୍କ ରାଞ୍ଚି ସ୍ଥିତ ଫାର୍ମରେ ପହଞ୍ଚିଯିବ । ଝାବୁଆ ସ୍ଥିତ କଡ଼କନାଥ ମୁର୍ଗା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଆଇଏସ୍ ତୋମର କହିଛନ୍ତି ଯେ, ଧୋନି ତାଙ୍କ ବନ୍ଧୁଙ୍କ ଜରିଆରେ ମୋ ସହ ଏ ବାବଦରେ ଯୋଗାଯୋଗ କରିଥିଲେ । ଧୋନି ମଗାଇଥିବା ୨୦୦୦ କୁକୁଡ଼ା ବର୍ତ୍ତମାନ ମୋ ପାଖରେ ନାହିଁ । ତେଣୁ ଥାଣ୍ଡଲାର କୁକୁଡ଼ା ଚାଷୀ ବିନୋଦ ମେଣ୍ଡାଙ୍କ ସହ ଯୋଗାଯୋଗ କରିବାକୁ ସେ ଧୋନିଙ୍କୁ ଅନୁରୋଧ କରିଥିଲେ ।

ଏହାର ସ୍ୱାଦ ପାଇଁ ପ୍ରସିଦ୍ଧ କଡ଼କନାଥ କୁକୁଡ଼ା ମାଂସକୁ ଜିଆଇ ମାନ୍ୟତା ମିଳିଛି । ଏହି ପ୍ରଜାତିର କୁକୁଡ଼ା କଳା ରଙ୍ଗର ହୋଇଥାନ୍ତି ଏବଂ ଏମାନଙ୍କ ମାଂସରେ ଆଦୌ ଚର୍ବି ଓ କୋଲେଷ୍ଟେରଲ ନଥାଏ । ଧୋନି ସଦ୍ୟସମାପ୍ତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇଥିଲେ । ତେବେ ଏଥର ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ପ୍ରଥମ ଥର ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡିଥିଲା ।

Comments are closed.